ବାଇକରୁ ପଡ଼ି ଯୁବକ ମୃତ
![](https://www.odishalink.com/wp-content/uploads/2019/12/Death.jpg)
ରାଉରକେଲା: ବାଇକରୁ ପଡ଼ି ଜଣେ ଯୁବକ ମୃତ। ଏହି ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମରେ ଘଟିଛି । ମୃତକ ଯୁବକ ହେଲେ ଡମ୍ବରୁଧର ବଡ଼ନାୟକ।
ସୂଚନା ଅନୁସାରେ, ଡମ୍ବରୁଧର ବଣାଇଁଗଡ଼ ସହର ପଟୁ ନୂଆପାଲି ଗ୍ରାମକୁ ଯିବା ସମୟରେ ରାସ୍ତାରେ ଏକ ସିମେଣ୍ଟ ମିକସ୍ଚର ମେସିନ୍ ଛିଡ଼ା ହୋଇଥିଲା ।ସେ ହଠାତ୍ ମିକସ୍ଚର ମେସିନକୁ ଦେଖି ବାଇକର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲେ।
ଫଳରେ ଡମ୍ବରୁଧର ବଡ଼ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।
Comments are closed.