୨୧ରୁ ବିନା ରିପୋର୍ଟରେ ଜଗା ଦର୍ଶନ

ପୁରୀ: ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ। ଆଉ ଦରକାର ହେବ ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ। କୋଭିଡ୍ ରିପୋର୍ଟ ନଦେଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ନିଷ୍ପତ୍ତି ଅନୁସାରେ ଏସଓପିକୁ କୋହଳ କରାଯାଇଛି।
ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ଟାରୁ ୭ଟା ଯାଏ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। ପୁରୀ ବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଯିବ। ୨୧ ତାରିଖ ଠାରୁ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ ନୁହେଁ।
ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯି। ଡିସେମ୍ବର ୨୬ରୁ ଜାନୁଆରୀ ୧୬ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୪୧୧ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆସନ୍ତା ୨୧ ତାରିଖରୁ ଦୈନିକ ପାଖାପାଖି ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।
Comments are closed.