ବରିଷ୍ଠ ରେଲ୍ଓ୍ବେ ଅଧିକାରୀ ମହେନ୍ଦ୍ର ସିଂହ ଗିରଫ

ନୂଆଦିଲ୍ଲୀ : ଜଣେ ବରିଷ୍ଠ ରେଲ୍ଓ୍ବେ ଅଧିକାରୀ ମହେନ୍ଦ୍ର ସିଂହ ଚୌହାନଙ୍କୁ ସିବିଆଇ ଗିରଫ କରିଛି। କୋଟିଏ ଟଙ୍କା ଲାଞ୍ଚ ନେବା ମାମଲାରେ ମହେନ୍ଦ୍ରଙ୍କ ବ୍ୟତିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ। ସେମାନଙ୍କ ପାଖରୁ ଏକ କୋଟି ଟଙ୍କା ମଧ୍ୟ ଜବତ ହୋଇଛି। ୧୯୮୫ ବ୍ୟାଚ୍ର ଅଧିକାରୀ ମହେନ୍ଦ୍ର ସିଂହ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।
ଅଧିକାରୀ ଜଣଙ୍କ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଲ୍ଓ୍ବେଜ୍ରେ ଚାକିରି ଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ସିବିଆଇ ୫ ରାଜ୍ୟର ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା।
Comments are closed.