ପ୍ରକାଶ ପାଇଲା ୟୁଜି ସ୍ପଟ୍ ନାମଲେଖା ମେଧା ତାଲିକା

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜମାନଙ୍କରେ ପିଜି ସ୍ପଟ୍ ନାମଲେଖା ପାଇଁ ଆଜି ମେଧା ତାଲିକା ପ୍ରକାଶ ପାଇଛି।ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଚଳିତ ମାସ ୧୬ରୁ ୨୦ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଶିକ୍ଷାନୁଷ୍ଠାନମାନଙ୍କରେ ଉପସ୍ଥିତ ରହିବେ। ତେବେ ଖାଲି ପଡ଼ିଥିବା ସିଟ୍ ଗୁଡ଼ିକରେ ନାମ ଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟାେରେ ପ୍ରକାଶ ପାଇବ।
ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସହ ଫି ପୈଠ ୨୧ ଓ ୨୨ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ହେବ। ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟରେ ଓ କଲେଜମାନଙ୍କରେ ନାମଲେଖା କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Comments are closed.