ସୁପାରୀ ଦେଇ ଝିଅକୁ ମାରିଲା ମା

ବାଲେଶ୍ୱର: ସୁପାରୀ ଦେଇ ଝିଅକୁ ମାରିଲା ମା । ନଗ୍ରମ ଗାଁ ପୋଲତଳୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କଲା ସଦର ଥାନା ପୁଲିସ। ମୃତା ମହିଳା ଶିବାନୀ ନାୟକ । ପୁଲିସ ଜଣେ ସୁପାରୀ କିଲରକୁ ଗିରଫ କରିଛି ।
ସୂଚନା ଅନୁସାରେ, ଶିବାନୀଙ୍କ ମା ଜଣେ ସୁପାରୀ କିଲରକୁ ସୁପାରି ଦେଇ ତାଙ୍କୁ ହତ୍ୟା କରାଇଥିଲେ। ତେବେ ନିଶାପାନ ଓ ଅନ୍ୟକିଛି କାରଣକୁ ନେଇ ଶିବାନୀଙ୍କ ସହ ତାଙ୍କ ମାଙ୍କ ମନୋମାଳିନ୍ୟ ଥିଲା। ବାରଣ ସତ୍ତ୍ୱେ ନମାନିବାରୁ ଝିଅକୁ ହତ୍ୟା ଯୋଜନା କରିଥିଲେ ମା।
ରାଇସୁଆଁର ପ୍ରମୋଦ ଜେନାକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ମା।ହତ୍ୟା ପାଇଁ ୫୦ ହଜାର ଡିଲ୍ ହୋଇଥିଲା, ୮ ହଜାର ଅଗ୍ରୀମ ଦେଇଥିଲେ। ଘଟଣା ଦିନ ପ୍ରମୋଦ ସହ ୩ ଜଣ ଶିବାନୀଙ୍କୁ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ପୋଲ ତଳକୁ ଫିଙ୍ଗି ପଳାଇଥିଲେ। ତଦନ୍ତ ପରେ ଏହି ୩ ଅଭିଯୁକ୍ତ ସୁପାରୀ କିଲର ପ୍ରମୋଦ ଓ ମୃତ ମହିଳାଙ୍କ ମାଙ୍କୁ ପୋଲିସ ଗିରଫ କରିଛି।
ଏହି ଅଭିଯୋଗ ଉପରେ ମା କହିଛନ୍ତି, ମୁଁ ହତ୍ୟା କରିନି, ମୋତେ ଫସାଯାଉଛି। କିଏ କଣ ତା ଛୁଆର ହତ୍ୟା କରିପାରେ। ମୁଁ ଠିକ୍ ଭାବରେ ପଇସା ଗଣିପାରେନି। ଏତେ ଟଙ୍କାର ଡିଲ୍ କରିବି କେମିତି। ଆଉ ଏତେ ପଇସା ଆଣିବି କୋଉଠୁ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ ପ୍ରଶ୍ନ କରିଛନ୍ତି।
Comments are closed.