ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ

ରାଉରକେଲା : ବ୍ରାହ୍ମଣୀ ତରଙ୍ଗ ଥାନା ଚିକଟମାଟି ନିକଟ ଶଙ୍ଖ ନଦୀରେ ବୁଡିଯାଇଛନ୍ତି ଯୁବକ। ଶଙ୍ଖ ନଦୀରେ ବୁଡି ଜଣେ ଯୁବକ ନିଖୋଜ। ଖୋଜ ଥିବା ଯୁବକ ଜଣଙ୍କ ନାମ ତ୍ରିଲୋଚନ ମହାକୁଡ଼। ୪ ଜଣଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ରାଉରକେଲା ମଧୁସୂଦନ ପଲ୍ଲୀର ୧୫ ଜଣ ଯୁବକ ପିକନିକ କରିବାକି ଯାଇଥିଲେ। ଚିକଟମାଟି ନିକଟ ଶଙ୍ଖ ନଦୀରେ ଗାଧୋଇବା ବେଳେ ୫ ଜଣ ଯୁବକ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ୪ ଜଣ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ଅଛନ୍ତି।
Comments are closed.