ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କଟକ : ଡି-ବ୍ରଦର୍ସ ପୁଣି ଥରେ କୋର୍ଟରେ ହାଜର ହୋଇଛନ୍ତି। ଦୁଇ ଭାଇଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଇଛନ୍ତି କମିଶନରେଟ୍ ପୁଲିସ ।
ଧଳ ସାମନ୍ତ ସହଯୋଗୀକୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଜବତ ହୋଇଥିବା ବେଆଇନ ବନ୍ଧୁକ ରଖିବା ଘଟଣାରେ ଉଭୟ ଭ୍ରାତାକ ନାଁରେ ମାମଲା ରୁଜୁ ହୋଇଥିଲା।
ପୁଲିସ ସେହି ମାମଲାରେ ଉଭୟ ଭାଇଙ୍କୁ କୋର୍ଟରେ ହାଜର କରାଇଛି। ତେବେ ଗତ ଅଗଷ୍ଟ ମାସ ୧୧ ତାରିଖରେ ଧଳ ସାମନ୍ତ ବ୍ରଦର୍ସଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । କୋର୍ଟରେ ହାଜର ପରେ ପୁଣି ଦୁଇ ଭାଇଙ୍କୁ ବଲାଙ୍ଗୀର ଓ ବାଲେଶ୍ବର ଜେଲକୁ ପଠାଇ ଦେଇଛି ପୋଲିସ ।
Comments are closed.