ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର

ମାଲକାନଗିରି : ବିକ୍ରି ହୋଇଥିବା ୪ ମାସର ଶିଶୁ ପୁତ୍ର ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସହରର ହାଟପଦା ସାହିରୁ ଶିଶୁଟିକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଉଦ୍ଧାର ପରେ ମା’ଙ୍କୁ ହସ୍ତାନ୍ତର କରାଯାଇଛି ।
ସୂଚନା ଅନୁସାରେ, କୁନି ଖିଲଙ୍କର ପୂର୍ବରୁ ଆଉ ୪ଟି ସନ୍ତାନ ରହିଥିବା ବେଳେ ଅର୍ଥ ଅଭାବରୁ ସେ ଶିଶୁ ପୁତ୍ରକୁ ବିକ୍ରି କରି ଦେଇଥିଲେ। ମାତ୍ର ହଜାର ଟଙ୍କାରେ ରାଜାଙ୍କୁ ନିଜର ୪ ମାସର ଶିଶୁ ପୁତ୍ର ବିକ୍ରି କରି ଦେଇଥିଲେ।
ତେବେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ। କୁନି ଖିଲଙ୍କ ପରିବାରକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ତାଙ୍କର ତିନୋଟି ସନ୍ତାନକୁ ଗୋବିନ୍ଦପାଲି ହଷ୍ଟେଲରେ ରଖାଯାଇଥିବା ଜଣାପଡିଛି ।
Comments are closed.