ରାଜଧାନୀରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍। ୧୬ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ୍। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଏନେଇ ଚିଠି ଆସିଛି। ଏହି ଫୁଟ୍ ଓଭର ବ୍ରିଜ୍ର ଲମ୍ବ ୧୩୦୦ମିଟର ହେବ।
ଏହି ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି।
ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଫୁଟ୍ ଓଭର ବ୍ରିଜ୍ ପାଇଁ ଦାବି ହୋଇ ଆସୁଥିଲା। ଏହାଦ୍ୱାରା ଯାତାୟାତ ସମ୍ପର୍କିତ ସମସ୍ୟାର ସମାଧାନ ହେବା ନେଇ ଆଶା କରାଯାଉଛି।
Comments are closed.