ମାଲକାନଗିରିରେ ସଡ଼କ ଦୁର୍ଘଟଣା, ଗଲା ୩ ଜୀବନ

ମାଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ବିଜାଘାଟିରେ ଆଜି ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ଦୁଇଟି ମୋଟର ସାଇକେଲର ତିନି ଜଣ ଆରୋହିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.