ଟ୍ରାକ୍ଟର ଧକ୍କାରେ ମହିଳା ମୃତ

ଯାଜପୁର : ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ମହିଳା ମୃତ। ଏହି ଅଘଟଣଟି ଯାଜପୁର ଜିଲ୍ଲା କୋରାଇ ଥାନା ବରୁଣ୍ଡେଇ ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପୂର୍ବକୋର୍ଟ ଗାଁର ଗୌରୀ ଆଉଲା ।
ସୂଚନାଯୋଗ୍ୟ ଯେ, ଗୌରୀ ପ୍ରତିଦିନ ଦିନ ବରୁଣ୍ଡେଇ ବଜାରକୁ ଭିକ୍ଷାବୃତ୍ତି କରିବାକୁ ଆସିଥାନ୍ତି। ତେବେ ସବୁଦିନ ପରି ଆଜି ମଧ୍ୟ ଭିକ୍ଷାବୃତ୍ତି କରିବାକୁ ଆସିଥିଲେ। ପେଟ୍ରୋଲ ପମ୍ପ୍ ନିକଟରେ ରାସ୍ତା ପାରି ହେଉଥିବା ସମୟରେ ମୁକୁନ୍ଦପୁର ପଟୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ଗୌରୀଙ୍କ ଉପରେ ମାଡି ଯାଇଥିଲା ।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି।
Comments are closed.