Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲା ଦ୍ବତୀୟ ପର୍ଯ୍ୟାୟ କରୋନା ଟିକା। ପୁନେ-ଭୁବନେଶ୍ବର ସ୍ପାଇସ୍‌ଜେଟ୍‌ ବିମାନରେ ଟିକା ଭୁବନେଶ୍ବରରେ ପହଞ୍ଚିଛି। ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍‌ସିନ୍‌ ସେଣ୍ଟରକୁ ଟିକା ପଠା ଯାଇଛି। ୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍‌ ଟିକା ଆସିଛି।

ପ୍ରକାଶ ଯେ, ପୂର୍ବରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଟକା ପହଞ୍ଚିଥିଲା। ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ‘କୋଭିସିଲ୍ଡ’ ଟିକାର ୪୦ହଜାର ୮ଶହ ଭାଏଲ ଅର୍ଥାତ୍ ୪ଲକ୍ଷ ୮ହଜାର‌ ଡୋଜ୍‌ ଓଡ଼ିଶା ଆସିଛି। ଆଜି ଅପରାହ୍‌ଣରେ ସ୍ପାଇସ୍ ଜେଟ୍‌ର ଏକ ସ୍ବତନ୍ତ୍ର ବିମାନ(ଏସ୍‌ଜି ୭୪୬୬) ୧୨ଶହ କେଜିର ୩୪ଟି ପ୍ୟାକେଟ୍‌ରେ ରହିଥିବା ଟିକାକୁ ନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା।

ସେଠାରୁ କଡ଼ା ସୁରକ୍ଷା ଭିତରେ ଏହି ଟିକା ପ୍ୟାକେଟ୍‌କୁ ରାଜ୍ୟ ଭ୍ୟାକ୍ସିନ୍‌ ଷ୍ଟୋର ବା ଟିକା ଭଣ୍ଡାରକୁ ଅଣାଯାଇଛି। ଆସନ୍ତାକାଲି ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ‘କୋଭାକ୍ସିନ୍‌’ର ୨୦ହଜାର ଡୋଜ୍‌ ଓଡ଼ିଶା ପହଞ୍ଚିବ ବୋଲି ଆଶା କରାଯାଉଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକା ପହଞ୍ଚିବା ପରେ ଏହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି।

Comments are closed.