ସିବିଆଇ ଜାଲରେ ସିବିଆଇ ଅଧିକାରୀ, ନେଇଥିଲେ ୫୫ ଲକ୍ଷ ଟଙ୍କା ଲାଞ୍ଚ

ନୂଆଦିଲ୍ଲୀ : ସିବିଆଇ ଜାଲରେ ପଡ଼ିଲେ ଖୋଦ ସିବିଆଇ ଅଧିକାରୀ। ୫୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଡିଏସ୍ପି ଆରକେ ଋଷି ଓ ଇନସ୍ପେକ୍ଟର କପିଲ ଧନଖଡ଼ଙ୍କୁ ସିବିଆଇ ଗିରଫ କରିଛି । ଏହା ବ୍ୟତୀତ ସିବିଆଇ ଓକିଲ ମନୋହର ମାଲିକଙ୍କୁ ବି ଗିରଫ କରିଥିବା ଜଣାପଡ଼ିଛି। ସିବିଆଇ ଡିଏସପି ଆରକେ ଋୁଷିଙ୍କ ଦେବବନ୍ଦ ଓ ତାଙ୍କ ପତ୍ନୀଙ୍କ ରୁଡକୀ ସ୍ଥିତ ବାସଭବନରେ ବୁଧବାର ଚଢ଼ାଉ କରିଥିଲା।
ସୂଚନା ଅନୁସାରେ, ୨୦୧୮ରେ ଏମାନେ ତିନୋଟି କମ୍ପାନୀ ପାଇଁ ବ୍ୟାଙ୍କରେ ଭୁଲ କାଗଜ ପତ୍ର ଦେଇ ଋଣ ଠକିବାରେ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ୧୪ଟି ସ୍ଥାନରେ ଚଢ଼ାଉ କରିଥିଲା। ଦିଲ୍ଲୀ, ଗ୍ରେଟର ନୋଏଡା, ନୋଏଡା ଓ ଗାଜିଆବାଦରେ ବି ସବିଆଇ ରେଡ୍ କରିଥିଲା।
ଏହି ଚଢ଼ାଉ ପରେ ମାମଲାରେ ଡିଏସପି ଆରକେ ଋୁଷି ଓ ଇନ୍ସପେକ୍ଟର କପିଲ ଧନଖଡ଼ଙ୍କ ହାତ ଥିବା ସିବିଆଇ ଜାଣିବାକୁ ପାଇଥିଲା। ଏହା ସହ ଏମାନେ ୫୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ମଧ୍ୟ ଜାଣିଥିଲା। ଅନ୍ୟପଟେ ସିବିଆଇ କାର୍ଯ୍ୟାନୁଷ୍ଠାନ ସୁରୂପ କପିଲ ଧନଖଡ଼, ଷ୍ଟେନୋଗ୍ରାଫର ସମୀର ସିଂହ, ଡିଏସ୍ପି ଆରକେ ସାଂଗଓ୍ବାନ ଓ ଡିଏସପି ଆରକେ ଋୁଷିଙ୍କୁ ନିଲମ୍ବିତ କରିସାରିଛି।
Comments are closed.