Odisha Link
Bridging the Missing Links in Odisha

ରାଜଧାନୀରେ ନକଲି ସସ କାରଖାନା ଠାବ

ଭୁବନେଶ୍ୱର: ନକଲି କାରଖାନାର ହବ ପାଲଟିବାକୁ ବସିଛି ରାଜଧାନୀ ଭୁବନେଶ୍ୱର। ଗତ କିଛି ମାସ ହେଲା କଟକରେ ଅଧିକାଂଶ ସାମଗ୍ରୀର ନକଲି କାରଖାନା ଠାବ କରାଯାଉଥିବାବେଳେ ଭୁବବେନଶ୍ୱରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଆଜି ଭୁବନେଶ୍ୱରରେ ଏକ ନକଲି ସସ ଓ ଆଚାର କାରଖାନା ଉପରେ ଚଢଉ କରାଯାଇଛି।

ଉକ୍ତ ନକଲି କାରଖାନାରୁ ବିପୁଳ ପରିମାଣର ସସ ଓ ଆଚାର ଜବତ କରାଯାଇଛି। ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କାରଖାନାରେ ଚଢଉ କରାଯାଇଛି। ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ପକ୍ଷରୁ ମିଳିତଭାବେ ଚଢଉ କରାଯାଇ ଏହି ନକଲି ସାମଗ୍ରୀ ଜବତ କରାଯାଇଛି।

Comments are closed.