ବିଜେଡ଼ିରେ ମିଶିଲେ କରଞ୍ଜିଆର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
ଭୁବନେଶ୍ୱର: ବିଜେଡ଼ିରେ ମିଶିଲେ ମୟୁରଭଞ୍ଜ କରଞ୍ଜିଆ ଏନଏସିର ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ। ଆଜି ବିଜେଡ଼ି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ହୋଇଛି। ସ୍ଥାନୀୟ ନେତା ଗିରିଧାରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏମାନେ ସମସ୍ତେ ବିଜେଡ଼ିରେ ଯୋଗ ଦେଇଛନ୍ତି।
ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଆଳି ବିଧାୟକ ପ୍ରତାପ ଦେବଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ କରଞ୍ଜିଆ ବିଧାୟକ ବାସନ୍ତି ହେମ୍ବ୍ରମ, ମୋରୋଡା ବିଧାୟକ ରାଜକିଶୋର ଦାସ, ବିଧାୟକ ବ୍ୟୋମେକେଶ ରାୟ, କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ଉପସ୍ଥିତ ରହି ସ୍ୱାଗତ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଉନ୍ନତିମୂଳକ କାର୍ଯ୍ୟକୁ ସମର୍ଥନ କରି ଏହି ନେତାମାନେ ବିଜେଡିରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ବିଜେଡିରେ ସାମିଲ ହୋଇଥିଲେ।
Comments are closed.