ମୋ ସ୍କୁଲ୍ ଅଭିଯାନରେ ଶହେ ସ୍କୁଲ ହେବ ମଡେଲ୍
ଭୁବନେଶ୍ବର: ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡିକୁ ମଡେଲ ସ୍କୁଲ ଭାବରେ ବିକଶିତ କରାଯିବ। ଏଥିରେ ପ୍ରତ୍ୟେକ ଜିଲ୍ଲାରୁ ଅତି କମ୍ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ। ଚଳିତ ବର୍ଷ ଠ।ରୁ ‘ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ‘ଷ୍ଟୁଡେଣ୍ଟ ଆଡପସନ୍ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ।
ଏହ। ମାଧ୍ୟମରେ ପୁରାତନ ଛ।ତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତି ମାନେ ୧୦୦ଟି ବିଦ୍ୟାଳୟର ୧ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କ ପାଠପଢ଼ାର ସମସ୍ତ ଦାୟିତ୍ୱ ନେବେ। ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ, କର୍ପୋରେଟରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ଷ୍ଟୁଡେଣ୍ଟ ଆଡପ୍ସନ୍ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିସହ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ।
Comments are closed.