ସୁଯୋଗ ମିଳିଲେ ଖୁସି ହେବି: ପ୍ରତିଭା ମହାରଥୀ

ଭୁବନେଶ୍ବର: କିଛି ଦିନ ପରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ। ଏଥିଲାଗି ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏନେଇ ପ୍ରତିଭା ମହାରଥୀ କହିଛନ୍ତି ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ମୁଁ ଖୁସି ହେବି। ନିର୍ବାଚନ ଏକ ପ୍ରକିୟା। ଦଳି ଯାହା ନିଷ୍ପତ୍ତି ନେବ, ସେଥିରେ ମୁଁ ରାଜି ହେବି। ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ । ତେଣୁ ଆଗୀମ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ମୁଁ ସ୍ୱାଗତ କରିବି।
ପ୍ରକାଶ ଯେ, କିଛି ଦିନ ତଳେ ପିପିଲି ବିଧାୟକଙ୍କ ଦେହାନ୍ତ ହୋଇଯାଇଥିଲା। ଏହାପର ଠାରୁ ଏହି ଆସନ ଖାଲି ପଡିଛି । ଇତିମଧ୍ୟରେ ଆଗାମୀ ଦିନରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହି ଆସନରୁ ପ୍ରତିଭା ନିର୍ବାଚନ ଲଢିବପାରନ୍ତି ବୋଲି ଚର୍ଚ୍ଚା ଜୋର ହେଉଛି।
Comments are closed.