ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଗିବ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍

ଭୁବନେଶ୍ବର: ହୋଟେଲ ଓ ରେଷ୍ଟୁରାଣ୍ଟରେ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ବର ମହାନଗର ନିଗମ। ୭ ଦିନ ଭିତରେ ସେମାନେ ଦୋକାନ ସମ୍ମୁଖରେ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନ ମାନିଲେ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇ ମାମଲା ରୁଜୁ କରାଯିବ ବୋଲି ବିଏମସି କହିଛି।
ପ୍ରକାଶ ଯେ, ରାଜଧାନୀରେ ହୋଟେଲ ଓ ରେଷ୍ଟୁରାଣ୍ଟ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ହାସଲ କରିନଥିବା ବେଳେ କିଛି ଏହାର ଗାଇଡ୍ ଲାଇନ୍ ପାଳନ କରୁନାହାନ୍ତି। କିଛି ସ୍ଥାନରେ ନିମ୍ନ ମାନର ଖାଦ୍ୟ ସହ ବାସି ଖାଦ୍ୟ ମଧ୍ୟ ଲୋକଙ୍କୁ ପରସା ଯାଉଛି । ତେଣୁ ବିଏମସି ପକ୍ଷରୁ ଏଭଳି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
Comments are closed.