ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର: ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର। ଏହି ଅଭାବନୀୟ ଘଟଣାଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଘଟିଛି। ସେମାନଙ୍କ ମୃତ ଦେହ ପୋଖରୀ ହୁଡ଼ାରୁ ଉଦ୍ଧାର କରିଛି ପୁଲିସ।
ପ୍ରକାଶ ଯେ, ଆଜି ସକାଳୁ ସକାଳୁ ଫୁଲବଣି ଗାଁ ପୋଖରୀ ହୁଡ଼ାରେ ପଡ଼ିଥିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ। ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ଖବର ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.