ଆଜି ରାଜ୍ୟରେ ୩୭ହଜାର ୭୬ ଟିକାକରଣ କରାଯିବ

ଭୁବନେଶ୍ବର: ଆଜି ସର୍ବାଧିକ ଟିକାକରଣର କରାଯିବାର ଲକ୍ଷ୍ୟ ରହିଛି। ୪୩୬ଟି ସେସନରେ ୩୭ହଜାର ୭୬ ଟିକାକରଣ କରାଯିବ। ଭୁବନେଶ୍ୱରରେ ୧୭ଟି ସେସନରେ ୧୬୭୪ ଜଣଙ୍କର ଟିକାକରଣ ହୋଇଛି। ଏଯାବତ୍ ଭୁବନେଶ୍ୱରରେ ସର୍ବମୋଟ ୫୮୪୯ଜଣଙ୍କର ଟିକା କରଣ କରାଯାଇଛି।
ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଯେଉଁଭଳି ଲୋକମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି, ସେଥିରେ ଆମର ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହେବ। ଆସନ୍ତା ସପ୍ତାହରେ ଅଧିକ କୋଭାସ୍କିନର ଡୋଜ୍ ପହଞ୍ଚିବ ବୋଲି ଦୁଇ ତିନି ଜଣଙ୍କ ପାଖକୁ ଭୁଲ ମେସେଜ ଚାଲିଯାଇଛି।
କୋଭିଡ ପୋର୍ଟଲରେ ମଝିରେ ମଝିରେ ଟେକିନକାଲ ପ୍ରୋବଲେମ ଦେଖା ଦେଉଥିବାରୁ ଏପରି ଦୁଇ ତିନି ଜଣଙ୍କୁ ଏମିତି ମେସେଜ ଚାଲି ଯାଇଛି।ଯେଉଁମାନଙ୍କ ପାଖକୁ ଏମିତି ମସେଜ ଚାଲିଯାଇଛି ସେମାନଙ୍କୁ ଡାକି ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୭୪୩ଜଣଙ୍କୁ ଟିକାକରଣ କରାଯାଇଛି। ଏଥିମଧ୍ୟରୁ ଗତକାଲି ରାଜ୍ୟରେ ୯୩ଟି ସେସନରେ ୭୯୪୬ ଜଣଙ୍କୁ ଟିକା ଦିଆଯାଇଛି।
Comments are closed.