ଜଳଭଣ୍ଡାର ମଝିରେ ଅଚଳ ହୋଇଗଲା ଲଞ୍ଚ୍, ଅଳ୍ପକେ ବର୍ତ୍ତିଲେ ୧୦ ଯାତ୍ରୀ
କଳାହାଣ୍ଡି: ଇନ୍ଦ୍ରାବତୀ ଜଳଭଣ୍ଡାରର ଅତିକ୍ରମ କରି ପୁଅର ନିର୍ବନ୍ଧ କରିବାକୁ ଯାଉଥିଲେ। ହେଲେ ଜଳଭଣ୍ଡାର ମଝିରେ ଅଟକି ଯାଇଥିଲା ଲଞ୍ଚ। ଲଞ୍ଚରେ ଥିବା ୧୦ ଜଣ ଲୋକ ୩ ଘଣ୍ଟା ପରେ ଉଦ୍ଧାର କରାଯାଇଛି।
ପ୍ରକାଶ ଯେ, ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ପଞ୍ଚାୟତ ସହ ଅନ୍ୟ ପଞ୍ଚାୟତର ୧୭ଖଣ୍ଡ ଗାଁ ରହିଛି। ଗ୍ରାମବାସୀଙ୍କ ଗମନାଗମନର ଏକ ମାତ୍ର ସାହାରା ଦେଶୀ ଡଙ୍ଗା ଓ ମୋଟର ଲଞ୍ଚ। ଆଜି ନବରଙ୍ଗପୁର ଜିଲ୍ଲାର ବିଜ୍ରାଗୁଡ଼ା ଗ୍ରାମରୁ ନିର୍ବନ୍ଧ ପାଇଁ ଥୁଆମୂଳ ରାମପୁର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଥିବା ଉପରପଙ୍ଗା ଗ୍ରାମକୁ ୭ ଜଣ ଯାଉଥିଲେ । ଦିନ ୧୧ଟା ବେଳେ ହଠାତ୍ ଜଳଭଣ୍ଡାର ମଧ୍ୟରେ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା।
ଫଳରେ ଦୀର୍ଘ ୩ ଘଣ୍ଟା ପରେ ରୋଗୀ ଆଣିବାକୁ ଯାଉଥିବା ବୋଟ୍ ଆମ୍ବୁଲାନ୍ସ ସମସ୍ତଙ୍କୁ ଉଦ୍ଧାର କରିଛି। ଲଞ୍ଚରେ ଥିବା ଲୋକମାନେ ବହୁ ସମୟ ଧରି ଅପେକ୍ଷା ପରେ ରୋଗୀ ଆଣିବାକୁ ଯାଉଥିବା ବୋଟ୍ ଆମ୍ବୁଲାନ୍ସକୁ ଡାକିବା ପରେ ବୋଟ୍ ଆମ୍ବୁଲାନ୍ସ ଆସି ଲଞ୍ଚରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛି।
Comments are closed.