ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ ମନ୍ତ୍ରୀ ଅରୁଣ ସାହୁ

ନୟାଗଡ଼: ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଚିଠିରେ ମନ୍ତ୍ରୀ ଲେଖିଛନ୍ତି ଯେ, କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ସହିତ ଧର୍ମାନୁଷ୍ଠାନମାନ ଖୋଲିସାରିଲାଣି। ପୁରୀ ଜଗନ୍ନାଥମନ୍ଦିର ଏବେ ଭକ୍ତଙ୍କ ପାଇଁ ସମ୍ପୁର୍ଣ୍ଣ ଭାବରେ ମନ୍ଦିର ଖୋଲାଯାଇଛି।
ଦୈନିକ ନୟାଗଡ଼ରୁ ଅଧିକାଂଶ ଭକ୍ତ ପୁରୀ ଯାଆନ୍ତି। ସେଥିପାଇଁ ଯଥାଶୀଘ୍ର ଦୈନନ୍ଦିନ ନୟାଗଡ଼ରୁ ପୁରୀକୁ ଚାଲୁଥିବା ପାସେଞ୍ଜର ଟ୍ରେନ ସହିତ ଭୁବନେଶ୍ୱର ଓ ନୟାଗଡ଼କୁ ଯାତାୟାତ କରୁଥିବା ସେବା ଏକ୍ସପ୍ରେସକୁ ପୁନଃ ଚଳାଚଳ କରିବା ପାଇଁ ମନ୍ତ୍ରୀ ରେଳ ବିଭାଗକୁ ଚିଠିରେ ଅନୁରୋଧ କରିଛନ୍ତି।
Comments are closed.