ସେରମ ଅଗ୍ନିକାଣ୍ଡ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
![](https://www.odishalink.com/wp-content/uploads/2021/01/PM-Naveen.jpg)
ନୂଆଦିଏଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ରେ ଅଘଟଣ ନେଇ ଦୁଃଖ ପ୍ରକାଶ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଏହି ଅଗ୍ନିକାଣ୍ଡରେ ମୃତ ୫ ଜଣଙ୍କ ପରିବାରକୁ ସାନ୍ତ୍ବନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ଅଗ୍ନିକାଣ୍ଡରେ ଆହତମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।
Anguished by the loss of lives due to an unfortunate fire at the @SerumInstIndia. In this sad hour, my thoughts are with the families of those who lost their lives. I pray that those injured recover at the earliest.
— Narendra Modi (@narendramodi) January 21, 2021
ଅନ୍ୟପଟେ ଇନଷ୍ଟିଚ୍ୟୁଟ୍ରେ ଅଘଟଣ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଗ୍ନିକାଣ୍ଡରେ ମୁତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ। ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କର ଦ୍ରୁତ ଅରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।
Deeply saddened by the loss of lives in the tragic fire accident at #SerumInstituteOfIndia campus. My thoughts and prayers are with the bereaved families in the hour of grief and pray for the speedy recovery of those who are hospitalised.
— Naveen Patnaik (@Naveen_Odisha) January 21, 2021
ସେପଟେ ସେରମ ଅଘଟଣରେ ପ୍ରତି ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଏନେଇ ଅନୁକମ୍ଫା ରାଶି ପ୍ରଦାନ କରାଯିବ ବୋଲି ସେରମ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ପୁଣେ ସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ରେ ନିଆଁ ଲାଗି ଯାଇଛି। ଇନ୍ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ କାରଣରୁ ସମଗ୍ର ପରିବେଶ ଧୂଆଁମୟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ସ୍ପଷ୍ଟ ହୋଇ ନାହିଁ। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଛି।
Comments are closed.