ଥାନାରେ ବିଜେପି ନେତା
ସମ୍ବଲପୁର: ଥାନାରେ ରାତି କାଟିଲେ ବିଜେପି ନେତା। ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ବିଜେପି ନେତାଓ କର୍ମୀ ସମ୍ବଲପୁର ଟାଉନ୍ ଥାନା ପରିସରରେ ରାତି ସାରା ଧାରଣା ଦେଇଛନ୍ତି।
ମଣ୍ଡି ସମସ୍ୟା, ଟୋକନ୍ ଅବ୍ୟବସ୍ଥା, ଧାନକିଣାରେ କଟ୍ନି ଛଟ୍ନି, ବଳକା ଧାନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଧାରଣା ଦେଇଛନ୍ତି। ସମ୍ବଲପୁର ଟାଉନ୍ ଥାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଗତକାଲି ଅପରାହ୍ଣ ରୁ ଧାରଣାରେ ବସିଥିବା ନେତା ଏବେ ଯାଏ ମଧ୍ୟ ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି। ଯେତେବେଳେ ଯାଏ ଚାଷୀଙ୍କ ସମସ୍ୟା ସମାଧାନ ହେବନି ସେତେବେଳେ ଯାଏ ଧାରଣାରେ ବସି ରହିବେ ବୋଲି ବିଜେପି ନେତା କହିଛନ୍ତି। ଆର୍ଡିସି ଅଫିସ୍ ଘେରାଉ ବେଳେ ଏମାନଙ୍କୁ ଗିରଫ କରାଯାଇଥିଲା।
Comments are closed.