Odisha Link
Bridging the Missing Links in Odisha

ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ

ଭୁବନେଶ୍ବର : ନକଲି ମସଲା , ଘିଅ, ସସ୍, ଆଚାର ପରେ ଏବେ ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ। ଅସଲି ମାଛ ନାଁରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି ନକଲି ମାଛ । ଆମିଷପ୍ରିୟ ଲୋକେ ସହଜରେ ଏହାକୁ ଜାଣି ପାରୁନାହାନ୍ତି । ଏଥିଯୋଗୁଁ ସେମାନେ ଠକାମୀର ଶିକାର ହେଉଛନ୍ତି ।

ପୋହଳା, ମାଗୁର, ମିରିକାଳି, ଖୁରାଣ୍ଟି ଭଳି ମାଛ ଆଉ ନଦୀ ପୋଖରୀରେ ବିଶେଷ ମିଳୁନାହିଁ । ଏହି ଦେଶୀ ମାଛଗୁଡ଼ିକର ପ୍ରବଳ ଚାହିଦା ଥିବା ବେଳେ ଏହା ବଜାରରେ ବିଶେଷ ନମିଳିବାରୁ ପୋହଳା ଭଳି ଦେଖାଯାଉଥିବା ମିରିକାଳି ଜାଁଳ ବିକ୍ରି କରାଯାଉଛି । ସେହିଭଳି ଡାହାଙ୍ଗିରି ଛୁଆକୁ ମଧ୍ୟ ପୋହଳା କହି ମାଛ ବେପାରୀ ବିକ୍ରି କରୁଛନ୍ତି । ଆଫ୍ରିକାନ୍ କ୍ୟାଟ୍ ଫିସ୍ କୁ ମାଗୁର ବୋଲି କହି ବେପାରୀ ବିକ୍ରି କରୁଛନ୍ତି ।

Comments are closed.