କେଲୁଅ ଘାଇରେ ଭିଜିଲାନ୍ସ ଟିମ୍

ଯାଜପୁର: କେଲୁଅ ନଦୀ ରମାପୁରରେ ମନୁଷ୍ୟକୃତ ଘାଇ ଅଭିଯୋଗ ପ୍ରସଙ୍ଗ। ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍ ପି ହର ନାରାୟଣ ପତିଙ୍କ ନେତୃତ୍ୟରେ ଏହି ତଦନ୍ତ ହୋଇଛି। ଘାଇ ମନୁଷ୍ୟକୃତ ବୋଲି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ଭିଜିଲାନ୍ସକୁ ଦେଇଥିଲେ ଲୋକାୟୁକ୍ତ।
Comments are closed.