ସ୍କୁଲ୍କୁ ୬ କୋଟି ଟଙ୍କାର ବିଜୁଳି ବିଲ୍

ନିଆଳି: ୟୁପି ସ୍କୁଲକୁ ୬ କୋଟି ଟଙ୍କାର ବିଜୁଳି ବିଲ୍। ବିଜୁଳି ବିଲ୍କୁ ନେଇ ଚିନ୍ତାରେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ। ୨୦୨୦ ଫେବୃଆରୀ ୧୨ ତାରିଖରେ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ୫ କୋଟି ୯୨ ଲକ୍ଷ ୭୨ ହଜାର ୭୮୪ ଟଙ୍କାର ବିଜୁଳି ବିଲ୍ ଆସିଥିଲା।
ଏହି ବିଲ୍ ପାଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କବିତା ରାଣୀ ସାହୁ ଚିନ୍ତାରେ ପଡ଼ି ଯାଇଥିଲେ। ୫ କୋଟି ୯୨ ଲକ୍ଷ ୭୨ ହଜାର ୭୮୪ ଟଙ୍କାର ବିଜୁଳି ବିଲ୍ ସମ୍ପର୍କରେ ସେ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ।
ବିଦ୍ୟୁତ ବିଭାଗର ଯନ୍ତ୍ରୀ ଏହି ତୃଟିକୁ ସ୍ୱୀକାର କରିବା ସହିତ ମାସେ ମଧ୍ୟରେ ତୃଟି ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ବର୍ଷେରୁ ଅଧିକ ସମୟ ବତିଗଲାଣି। ବିଦ୍ୟୁତ ବିଭାଗ ତୃଟି ସଂଶୋଧନ ହୋଇନାହିଁ। ବିଦ୍ୟୁତ ବିଲ୍ ତୃଟି ନେଇ ଅଡଶପୁର ବିଦ୍ୟୁତ କାର୍ଯ୍ୟାଳୟ ଯନ୍ତ୍ରୀ ବଇଦିକ ରଞ୍ଜନ ବିଶ୍ୱାଳ କହିଛନ୍ତି, ବୈଷୟିକ ତୃଟି ପାଇଁ ହୋଇଥିଲା। ଏବେ ସଂଶୋଧନ କରାଯାଇଛି।
Comments are closed.