ରାଜ୍ୟର ସବୁ ଜିଲ୍ଲାରେ କ୍ରିକେଟ୍ ଓ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ କରିବ ବିଜେଡ଼ି
ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କରିବ ବିଜୁ ଜନତା ଦଳ। ଜିଲ୍ଲା ସ୍ତରୀୟ ଏହି କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ଶାସକ ଦଳ କରିବ। ମିଳିଥିବା ସୂଚନା ଅନୁସାରେ ବିଜେଡ଼ିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ ଜିଲ୍ଲାର ପ୍ରଭାରୀ ଅଛନ୍ତି। ତେଣୁ ମୟୁରଭଞ୍ଜ ପ୍ରିମିୟର ଲିଗରୁ ଏହି ପରୀକ୍ଷା ନୀରିକ୍ଷା ଆରମ୍ଭ ହେବ।
ଅନ୍ୟପଟେ ବିଜେଡ଼ିର ଏହି ଖେଳ ରାଜନୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ। ପିିସିସି ସଭାପତି କହିଛନ୍ତି ଯେ, ରାଜ୍ୟରେ ଜିଲ୍ଲା ସ୍ତରୀୟ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସ ଅମଳରେ ପ୍ରୟାସ ଆରମ୍ଭ ହୋଇଥିଲା। ଏବେ ବିଜେଡ଼ି ପାଖରେ ପ୍ରଚୁର ପଇସା ଥିବାରୁ ଏହାକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ସେ ଅଭିଯୋଗ ବାଢିଛନ୍ତି। ସେପଟେ ବିଜେପି କହିଛି ନିର୍ବାଚନ ଆସିଲେ ବିଜେଡିର ଯୁବକ ଛାତ୍ରଙ୍କ କଥା ମନେ ପଡ଼େ।
Comments are closed.