ନିସ୍ବାର୍ଥପର ସମ୍ପର୍କ: ମେଡିକାଲ ବାହାରେ ମାଲିକକୁ ୬ ଦିନ ଅପେକ୍ଷା କଲା କୁକୁର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କୁକୁର ଦୁନିଆର ସବୁଠାରୁ ବିଶ୍ବସ୍ତ ପ୍ରାଣୀ ବୋଲି କୁହାଯାଏ। ଏଥିସହିତ ମଣିଷ ସମାଜ କୁକୁରକୁ ବିଶ୍ବସ୍ତ ବନ୍ଧୁ ଭାବିଥାଏ। ଏଥିପାଇଁ ବହୁ ଲୋକ ନିଜ ଘରେ ପୋଷା କୁକୁର ରଖିବାକୁ ଭଲ ପାଆନ୍ତି। ଯାହାରି ଫଲରେ କୁକୁର ଓ ମଣିଷ ମଧ୍ୟରେ ଏକ ନିସ୍ବାର୍ଥପର ଅନାବିଳ ପ୍ରେମ ସମ୍ପର୍କ ଗଢ଼ି ଉଠେ। ଏମିତି ଏକ ମଣିଷ-ପଶୁ ମଧ୍ୟରେ ଥିବା ଅନାବିଳ ପ୍ରେମ ସମ୍ପର୍କର ଖବର ଆସିଛି ତୁର୍କୀରୁ। ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।
ସୂଚନାନୁସାରେ, ଜଣେ ୬୮ ବର୍ଷୀୟ ବ୍ୟକ୍ତି ବ୍ରେନ୍ ସମସ୍ୟା ଯୋଗୁଁ ଜାନୁଆରୀ ୧୪ରେ ଟ୍ରବଜନର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବ୍ୟକ୍ତି ଜଣକ ପାଖାପାଖି ସପ୍ତାହେ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ। ହେଲେ ବ୍ୟକ୍ତି ଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ସରେ ତାଙ୍କ ପୋଷା କୁକୁର ୬ ଦିନ ପର୍ଯ୍ୟନ୍ତ ମେଡିକାଲ ବାହାରେ ତାଙ୍କ ଅପେକ୍ଷା କରି ରହିଥିଲା। ମାଲିକ ଓ ପୋଷା କୁକୁରର ଏଭଳି ଏକ ସମ୍ପର୍କକୁୂ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।
ବ୍ୟକ୍ତି ଜଣକ ହସ୍ପିଟାଲରୁ ଡିସଚାର୍ଜ ହୋଇ ମେଡିକାଲ ବାହାରକୁ ବାହାରିବା କ୍ଷଣି ନିଜ ମାଲିକ ନିକଟକୁ ଯାଇ ଖୁସିରେ ତାଙ୍କୁ ଚାଟିଥିଲା କୁକୁରଟି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମଣିଷ ଓ ପଶୁ ମଧ୍ୟେ ଏଭଳି ଅନାବିଳ ସମ୍ପର୍କକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି।
Comments are closed.