ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଟୁଇଟ କରି କହିଛନ୍ତି, ଦେଶ ସ୍ୱାଧିନତା ପାଇଁ ନେତାଜୀଙ୍କ ତ୍ୟାଗ ଓ ବଳିଦାନ ଅମର ରହିବ।
महान स्वतंत्रता सेनानी और भारत माता के सच्चे सपूत नेताजी सुभाष चंद्र बोस को उनकी जन्म-जयंती पर शत-शत नमन। कृतज्ञ राष्ट्र देश की आजादी के लिए उनके त्याग और समर्पण को सदा याद रखेगा। #ParakramDivas
— Narendra Modi (@narendramodi) January 23, 2021
ରାଷ୍ଟ୍ରପତି ରାମନଥ କୋବିନ୍ଦ ମଧ୍ୟ ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ନେତାଜୀଙ୍କ ଅଦମ୍ୟ ସାହସ ଏବଂ ବିରତ୍ୱର ସମ୍ମାନରେ ପୁରା ଦେଶ ତାଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ରୂପେ ପାଳନ କରୁଛି।
नेताजी सुभाष चंद्र बोस के 125वें जयंती वर्ष के समारोहों के शुभारंभ के अवसर पर उनको सादर नमन। उनके अदम्य साहस और वीरता के सम्मान में पूरा राष्ट्र उनकी जयंती को "पराक्रम दिवस" के रूप में मना रहा है। नेताजी ने अपने अनगिनत अनुयायियों में राष्ट्रवाद की भावना का संचार किया।
— President of India (@rashtrapatibhvn) January 23, 2021
ନେତାଜୀ ତାଙ୍କ ଅଗଣିତ ଅନୁଗାମୀଙ୍କ ମନରେ ରାଷ୍ଟ୍ରବାଦର ଭାବନା ଓ ସଂଚାର କରିଛନ୍ତି। ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ଏବଂ ଅସାଧାରଣ ଯୋଗଦାନ ଦେଇଥିବା ନେତାଜୀ ସବୁଠୁ ପ୍ରିୟ ରାଷ୍ଟ୍ର ନାୟକଙ୍କ ମଧ୍ୟରୁ ଜଣେ। ତାଙ୍କ ଦେଶଭକ୍ତି ଏବଂ ବଳିଦାନରୁ ସର୍ବଦା ଆମକୁ ପ୍ରେରଣା ମିଳିବ ବୋଲି ରାଷ୍ଟ୍ରପତି କହିଛନ୍ତି।
ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ବୀର ସୁରେନ୍ଦ୍ର ସାଏଙ୍କ ପରାକ୍ରମ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ୱାର୍ଥ ଏବଂ ସମ୍ବଲପୁରରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଚିର ସ୍ମରଣୀୟ। ସେହିପରି ଓଡ଼ିଶାର ବରପୁତ୍ର, ମହାନ ସଂଗ୍ରାମୀ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କର ଦୃଢ଼ ଆତ୍ମବିଶ୍ୱାସ, ଅନନ୍ୟ ବିଚାରଧାରା ଓ ସମର୍ପଣ ଭାବ ଆମ ପାଇଁ ପ୍ରେରଣାଦାୟୀ।
Comments are closed.