ନକଲି ମେଡିକାଲ ସାର୍ଟିଫିକେଟ୍ ତିଆରି କରି ଯୁବକ ଗିରଫ

ପାରାଦୀପ : ନକଲି ମେଡିକାଲ ସାର୍ଟିଫିକେଟ୍ ତିଆରି କରୁଥିବା ଅଭିଯୋଗରେ ଯୁବକ ଗିରଫ। ଅଭିଯୁକ୍ତ ଜଣଙ୍କ ହେଲେ କାଳନ୍ଦୀ ତରାଇ। ତାଙ୍କ ଘର କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର ବୋଲି ଜଣାପଡିଛି।
କାଳନ୍ଦୀ ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ଯ୍ୟରତ ଏଲଆଣ୍ଡଟି କମ୍ପାନୀର କଲୋନୀ ଭିତରେ ଏକ ଦୋକାନରେ ନକଲି ମେଡିକାଲ ସାର୍ଟିଫିକେଟ୍ ଓ କ୍ୟାରେକ୍ଟର ସାର୍ଟିଫିକେଟ୍ ତିଆରି କରୁଥିଲା ।
ଅଭୟଚାନ୍ଦପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇ କଲୋନୀ ଭିତରେ ଥିବା ଦୋକାନ ଉପରେ ଚଢାଉ କରିଥିଲା । ପୁଲିସ କାଳନ୍ଦୀକୁ ଗିରଫ କରିବା ସହିତ ନକଲି ସାର୍ଟିଫିକେଟ୍ ତିଆରି କରିବା ପାଇଁ ବ୍ୟବହାର କରୁଥିବା ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର ଓ ଗୋଟିଏ ଲ୍ୟାପଟପ୍ ଜବତ କରିଛି।
Comments are closed.