ବାଘକୁ ମାରି ରାନ୍ଧି ଖାଇଲେ ମାଂସ

ନୂଆଦିଲ୍ଲୀ: ବାଘକୁ ମାରି ରାନ୍ଧି ଖାଇଲେ ମାଂସ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେରଳର ଇଡୁକ୍କି ଜିଲ୍ଲାରେ। ବାଘକୁ ମାରି ତାର ମାଂସ ଖାଇବା ନେଇ ୫ଜଣ ସାଙ୍ଗଙ୍କ ବିରୋଧରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଗତ ବୁଧବାର ଦିନ ବାଘକୁ ମାରି ତାର ମାଂସ ଖାଇଥିବା ଘଟଣା ଘଟିଛି। ଇଡୁକ୍କିରେ ବସବାସ କରୁଥିବା ଜଣେ ଯୁବକ ଘର ପାଖରେ ଏକ ଜାଲ ପକାଇଥିଲେ। ଏହି ଜାଲରେ ଏକ ୫୦ କିଲୋର ଚିତା ବାଘ ଫସିଥିଲା।
ପରେ ୫ଜଣ ସାଙ୍ଗ ବାଘକୁ ମାରି ତା’ର ମାଂସକୁ ରାନ୍ଧି ଖାଇଛନ୍ତି। ବାଘର ବୟସ ୬ରୁ ୭ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ବାଘଟି ଅନେକ ସମୟରେ ଜଙ୍ଗଲରୁ ଆସି ଫାର୍ମ ହାଉସ ଭିତରେ ପଶି ଅନେକ ପଶୁପକ୍ଷୀଙ୍କୁ କ୍ଷତି ପହଞ୍ଚାଇଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Comments are closed.