ଟିକାକରଣରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ବର: ଦେଶରେ କରୋନା ଟିକାକରଣରେ ଆଗରେ ରହିଛି ଓଡ଼ିଶା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦେଢ଼ ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ଏନେଇ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
#Odisha has emerged as a leading State in #COVID19Vaccination drive with 1.5 lakh total vaccinated beneficiaries & 3452.81 vaccinations per million populace. With all necessary arrangements made in time, the Government has managed the vaccination process efficiently so far. pic.twitter.com/iLGj0d3on2
— CMO Odisha (@CMO_Odisha) January 24, 2021
ପ୍ରତି ଦଶ ଲକ୍ଷ ଲୋକରେ ୩୪୫୨.୮୧ ଜଣଙ୍କୁ କୋଭିଡ୍ ଟିକା ଦେଇ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ସେହିଭଳି ଦେଶରେ ସର୍ବାଧିକ ଟିକାକରଣ ହୋଇଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୨ ହଜାର ୩୭୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଟିକା ଦିଆଯାଇଛି।ସରକାର ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ସଠିକ ସମୟରେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ଦେଶରେ ଗତ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ଦିନକୁ ଦିନ ସ୍ବାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଟିକା ନେବାରେ ଅଧିକ ଉତ୍ସାହ ଦେଖାଯାଉଛି।
Comments are closed.