ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ ନୁହେଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ ନୁହେଁ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଶନିବାର ଏକ ରାୟ ଶୁଣାଇ କହିଛନ୍ତି ଯେ, ଯୌନ ଶୋଷଣ ସେତେବେଳେ କୁହାଯିବ ଯେତେବେଳେ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା କରି ଚର୍ମକୁ ଚର୍ମ ସ୍ପର୍ଶ କରିଥିବ। କେବଳ ଜଣଙ୍କୁ ଛୁଇଁଦେବାକୁ ଯୌନ ଶୋଷଣ ବୋଲି କୁହାଯିବ ନାହିଁ ବୋଲି ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି ହାଇକୋର୍ଟ।
ଅଭିଯୁକ୍ତ ଉପରେ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ କରିଥିବାର ଅଭିଯୋଗ ହୋଇଥିଲା। ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡ଼ିବାଲାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପୋକସୋ ଆଇନ ଅଧୀନରେ ଯୌନ ସମ୍ପର୍କ ରଖିବାର ଇଚ୍ଛା ରଖି ଶିଶୁର ଗୁପ୍ତାଙ୍ଗକୁ ଛୁଇଁବା ବା ଶିଶୁକୁ ତାଙ୍କର ଗୁପ୍ତାଙ୍ଗକୁ ଛୁଇଁବା ପାଇଁ ବାଧ୍ୟ କରିବା ଘଟଣାକୁ ଅପରାଧ ରୂପେ ବିବେଚନା କରାଯାଇଥାଏ। ଏହି ମାମଲାରେ ଅଭିଯୁକ୍ତ ସେଭଳି କିଛି କରାଯାଇ ନଥିବାରୁ ଯୌନ ଶୋଷଣ ପରିବର୍ତ୍ତେ ମହିଳାଙ୍କ ଲଜ୍ଜା ଭାଙ୍ଗିଥିବା ଧାରା ଆଇପିସିର ସେକ୍ସନ ୩୫୪ ଅଧୀନରେ ଏହି ମାମଲା ଆସିବ।
ସୂଚନାଯୋଗ୍ୟ, ପୀଡିତାଙ୍କୁ ଏକ ପିଜୁଳି ଦେବାକୁ ଅଭିଯୁକ୍ତ ଜଣକ ନିଜ ଘରକୁ ନେଇଯାଇଥିଲା ଆଉ ଝିଅଟିର ମା ଯେତେବେଳେ ଘରେ ପହଞ୍ଚିଥିଲା ସେତେବେଳେ ଝିଅଟି କାନ୍ଦିଥିଲା ଆଉ ଝିଅଟି ମା’କୁ ସବୁ ଘଟଣା କହିବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା ଆଉ ପୁଲିସ ଅଭିଯୁକ୍ତ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିଲା।
Comments are closed.