ବିମାନ ଦୁର୍ଘଟଣାରେ ୪ ଫୁଟବଲର ମୃତ

ବ୍ରାଜିଲ: ବ୍ରାଜିଲରେ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ବ୍ରାଜିଲର ଏକ ଫୁଟବଲ କ୍ଲବର ୪ ଜଣ ଖେଳାଳିଙ୍କର ମୃତ୍ୟୁ ହୋଇଛି। କ୍ଲବର ଚାରିଜଣ ଖେଳାଳି କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ଅଲଗା ନିଆଯାଉଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଯେଉଁ ବିମାନରେ ଏହି ଚାରି ଫୁଟବଲର ଯାଉଥିଲେ, ସେହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ବିମାନ ଦୁର୍ଘଟଣାରେ କ୍ଲବ୍ ସଭାପତି ଲୁକାସ ମେଇରା, ଲୁକାସ ପ୍ରାକ୍ସଡେସ୍, ଗୁଇଲେର୍ମେ ନୋଇ, ରାନୁଲେ ଓ ମାର୍କସ୍ ମୋଲିନାରୀମୃତ୍ୟୁବରଣ କରିଛନ୍ତି। ତେବେ ପାଇଲଟଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ଦୁର୍ଘଟଣାରେ କେହିବି ବଞ୍ଚିନଥିବା ଜଣାପଡ଼ିଛି।
କରୋନାରେ ଆକ୍ରାନ୍ତ ହୋଇଥିବା କାରଣରୁ ଏହି ଖେଳାଳିମାନଙ୍କୁ ପ୍ରାଇଭେଟ୍ ବିମାନରେ ନିଆଯାଉଥିବା କହିଛନ୍ତି କ୍ଲବର ମୁଖପାତ୍ର ଇଜାବେଲା ମାର୍ଟିନ୍ସ। ସେ କହିଛନ୍ତି, ରବିବାର ଏହି ଖେଳାଳିମାନଙ୍କର ଆଇସୋଲେସନର ଶେଷ ଦିନ ହୋଇଥାନ୍ତା କିନ୍ତୁ ଏହା ପୂର୍ବରୁ ଏଭଳି ଅଘଟଣ ଘଟିବ ବୋଲି ଆମେ କେବେ ଭାବିନଥିଲୁ।
Comments are closed.