ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍

ପାଟଣା: ଗ୍ରୋସରୀ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଗୋଟେ ଫ୍ରିଜ୍ ଲୁଟିନେଇଛନ୍ତି ଦୁର୍ବୁତ୍ତ। ଏହି ଲୁଟ ଗତ ବିଳମ୍ବିତ ରାତିରେ ଢେଙ୍କିକୋଟ-ପାଟଣା ରାସ୍ତାର ମଙ୍ଗଳପୁର ଛକରେ ଘଟିଛି।
ଦୋକାନ ମାଲିକ ପାଟଣା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଥିବା କୌଣସି ଚୋରକୁ ଧରି ପାରୁନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ରାତ୍ରିକାଳୀନ ପାଟ୍ରୋଲିଂକୁ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Comments are closed.