ଠିଆ ହୋଇଥିବା ବସ୍ରେ ଲାଗିଲା ନିଆଁ

କେନ୍ଦୁଝର: ପଡିଆରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ। ଏହି ଘଟଣାଟି କେନ୍ଦୁଝର ମାଇନିଂ ସ୍ଥିତ ଡିଆଇସି ଅଫିସ୍ ପଛ ପଟ ପଡିଆରେ ଘଟିଛି । ଆଜି ୧୨ଟା ୩୦ମିନିଟ୍ ସମୟରେ ନିଆଁ ଲାଗିଥିବା ଜଣାପଡିଛି। ଅଗ୍ନିକାଣ୍ଡ ଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଛି ।
ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
Comments are closed.