କଲରାପତରିଆ ବାଘ ଉଦ୍ଧାର
ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଫାଶରେ ଫସିଲା କଲରାପତରିଆ ବାଘ । ଶିକାର କରିବାକୁ ଆସିଥିବା ସମୟରେ ବାଘଟି ଜାଲରେ ଫସିଯାଇଥିଲା। ତେବେ ଫାସଟିକୁ କିଏ ବସାଇଥିଲା ଜଣା ପଡ଼ିନାହିଁ।
ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍ହା ଧରିବା ପାଇଁ ବିଛା ଯାଇଥିଲା ଫାସ୍। ଆଉ ସେହି ଫାସରେ ଫସି ଯାଇଥିଲା କଲରା ପତାରିଆ ବାଘ। ଫାସରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବାଘକୁ ପ୍ରଥମେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ପରେ ତାକୁ ଫାସରୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
Comments are closed.