ଚୌଦ୍ୱାର ଚାରବାଟିଆ ଏଆରସିରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ: ଆଜି ଚୌଦ୍ୱାର ଚାରବାଟିଆ ଏଆରସିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ନିଆଁ ଲାଗିଥିବା ବେଳେ ଅଗ୍ନକାଣ୍ଡର କାରଣ ଜଣାପଡ଼ିନାହିଁ। ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର ଓ ଏଆରସିର ଦମକଳ ନିୟୋଜିତ ହୋଇଛନ୍ତି। ଏଯାବତ୍ ନିଆଁ ଆୟତ୍ତ ହୋଇପାରି ନାହିଁ। ଏୟାର ବେସ୍ ନିକଟରେ ନିଆଁ ଲାଗିଛି। ଏଆରସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ପରିସର ମଧ୍ୟ ବ୍ୟାପକ।
ପୂର୍ବରୁ ମଧ୍ୟ ୨୦୧୭ ମସିହା ମାର୍ଚ୍ଚ ୩ ତାରିଖରେ ଏଆରସି ପରିସରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସନ୍ଧ୍ୟାରୁ ଦୀର୍ଘ ସମୟ ଧରି ଏଆରସି ପରିସରରେ ନିଆଁ ଲାଗିଥିବା ବେଳେ ଆୟତ୍ତ ହୋଇପାରିନାହିଁ। ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ବୁଦାରେ ନିଆଁ ଲାଗିଥିବା ନେଇ ଆସିଷ୍ଟାଣ୍ଟ ଫାୟାର ଅଫିସର ସୂଚନା ଦେଇଛନ୍ତି। ତେବେ, ନିଆଁ ଲାଗିବାର କାରଣ ଏଯାବତ୍ ଜଣାପଡ଼ିନାହିଁ।
Comments are closed.