ଶଗଡ଼ ଉପରେ ମାଡିଗଲା ହାଇଓ୍ୱା, ୩ ଗୁରୁତର

ବଲାଙ୍ଗୀର: ଶଗଡ଼ ଗାଡ଼ି ଉପରେ ହାଇୱା ଚଢ଼ି ୪ବଳଦ ମୃତ। ଏହି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାସ୍ତା ଧୁବଲପଡ଼ା ନିକଟରେ ଘଟିଛି। ଘଟଣାସ୍ଥଳରେ ୩ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜାଣାପଡ଼ିଛି।
ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଆଯାଇଛି । ଆହାତ ମାନେ ହେଲେ ଶେଷଦେବ ପଟେଲ, କୃଷ୍ଣନିଧି ସାହୁ ଓ ଦିଲୁ ଭୁଏ।
ସୂଚନାନୁସାରେ, କିଛି ବ୍ୟକ୍ତି ଭଇଁଷା ଗାଁରୁ ଧୁବଲପଡ଼ାକୁ ପାଳ ନେବା ପାଇଁ ଶଗଡ଼ ଧରି ଆସୁଥିଲେ। ସେହି ସମୟରେ ବଲାଙ୍ଗିର ପଟୁ ପାଟଣାଗଡ଼ ଆଡ଼କୁ ଦୃତ ଗତିରେ ଯାଉଥିବା ଏକ ହାଇୱା ଗାଡ଼ି ଶଗଡ଼ଗୁଡ଼ିକ ଉପରେ ଚଢ଼ି ଯାଇଥିଲା।
Comments are closed.