ଆମେରିକାରେ କରୋନାର ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ: ଆମେରିକାର ସାଉଥ କାରୋଲିନା ପ୍ରଦେଶରେ କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଠାବ କରାଯାଇଛି। ସେଠାରେ ଦୁଇ ଜଣ ରୋଗୀଙ୍କ ଦେହରେ ଏହି ଷ୍ଟ୍ରେନ୍ ମିଳିଛି। ଏଭଳି ଷ୍ଟ୍ରେନ୍ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ କରାଯାଇଥିଲା।
ଏହା ଅଧିକ ସଂକ୍ରାମକ ଏବଂ କରୋନା ପ୍ରତିଷେଧକ ଟିକାର ପ୍ରଭାବକୁ ବି କମାଇଦେଇପାରେ ବୋଲି ଗବେଷକମାନେ ଆଶଙ୍କା ବ୍ୟକ୍ତ କରିସାରିଛନ୍ତି। ଯେଉଁ ଦୁଇ ଜଣଙ୍କ ଠାରେ ଏହାକୁ ଠାବ କରାଯାଇଛି, ସେମାନେ ନିକଟରେ ବିଦେଶ ଗସ୍ତ କରିନଥିଲେ କି ସେମାନଙ୍କ ଭିତରେ ବି କିଛି ସମ୍ପର୍କ ନାହିଁ। ତେଣୁ ସେମାନଙ୍କ ଦେହକୁ ଏହି ଷ୍ଟ୍ରେନ୍ କେମିତି ଆସିଲା, ତାହା ରହସ୍ୟଘେରରେ ରହିଛି।
Comments are closed.