ଜୟ ଶାହା ହେଲେ ଏସିଆନ କ୍ରିକେଟ କାଉନସିଲର ସଭାପତି
![](https://www.odishalink.com/wp-content/uploads/2021/01/jay-shah.jpg)
ନୂଆଦିଲ୍ଲୀ: ବିସିସିଆଇର ସଂପାଦକ ଜୟ ଶାହା ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ନାଜମୁଲ ହାସନ ପାପନଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଟୁଇଟର ଜରିଆରେ ଜୟ ଶାହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରକାଶ ଯେ, ପ୍ରତି ଦୁଇ ବର୍ଷରେ ଏସିଆନ୍ କ୍ରିକେଟ୍ କାଉନସିଲର ସମସ୍ତ ସଦସ୍ୟଙ୍କ ମଧ୍ୟରୁ ଏହି ପଦବୀ ଲାଗି ଜଣଙ୍କୁ ମନୋନୀତ କରାଯାଏ। ଏହା ହେଉଛି ଏସିଆର ଆଞ୍ଚଳିକ ପ୍ରଶାସନିକ ସଂସ୍ଥା ଏବଂ ବର୍ତ୍ତମାନ ୨୪ ସଦସ୍ୟଙ୍କୁ ନେଇ ଗଠିତ। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆ କପର ଆୟୋଜନ ଜୟ ଶାହାଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ହେବ ବୋଲି କୁହାଯାଉଛି।
Comments are closed.