ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ବର: ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କରୋନା ଟିକା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏହା ବିଜୟ କହିଛନ୍ତି ଯେ, ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍। ପ୍ରଥମ ଫେଜ୍ରେ ଗୃହ ଓ ନଗର କର୍ମଚାରୀଙ୍କୁ ଟକା ଦିଆଯିବ। ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଟିକା ଦିଆଯିବ। ୬ରୁ ଟିକାକାରଣ ଆରମ୍ଭ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ୧ ଲକ୍ଷ ୯୨ହଜାର ସମ୍ମୁଖ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଚିହ୍ନଟ ପରେ ସେମାନଙ୍କୁ ସେମାନଙ୍କ ଅଫିସ୍ରେ ଟିକା ଦିଆଯିବ। ୩ ସପ୍ତାହ ମଧ୍ୟରେ ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ କରାଯାଇଛି।
ଓଡ଼ିଶାକୁ ଆଜି ୬୩ ହାଜର ୯୦ ଡୋଜ୍ କୋଭିସିଲ୍ଡ ଓ ୮୩ ହଜାର ୫୦୦ କୋଭାକ୍ସିନ୍ ଟିକା ଆସିଛି। ଏଯାଏଁ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ୬୨ ପ୍ରତିଶତ ଟିକାକାରଣ ହୋଇଛି। ପ୍ରଥମ ପର୍ଯ୍ୟାୟ ଟକାକରଣ ୧୦ ତାରିଖ ସୁଦ୍ଧା ଶେଷ ହେବ। ଫେବ୍ରୁଆରୀ ୧୫ରୁ ପ୍ରଥମ ଫେଜର ଦ୍ବିତୀୟ ଡ଼ୋଜ୍ ଦିଆଯିବ।
ପ୍ରକାଶ ଯେ, ଆସନ୍ତା ୬ ତାରିଖରୁ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା। ୬ରୁ ଟିକା ଦିଆଯିବା ନେଇ ସ୍ବସ୍ଥ୍ୟ ବିଭାଗ ଏସିଏସ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡ଼ିଏମଓମାନଙ୍କୁ ଏସିଏସ୍ ଚିଠି ଲେଖିଛନ୍ତି। ମେଡ଼ିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା ଯେମିତି ଅପଚୟ ନହେବ। ଆଗୁଆ ଟ୍ରେନିଂ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଠିକା ଟିକା କର୍ମୀଙ୍କୁ ଦୈନିକ ୫ ଶହ ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି।
Comments are closed.