ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା; ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ
![](https://www.odishalink.com/wp-content/uploads/2020/12/Pradeep-Panigrahi.jpg)
କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ତଦନ୍ତ କରିପାରିବନି ବୋଲି ହାଇକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ଠାରେ ମାମଲା ହେବା ପରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ। ତେବେ ଲୋକାୟୁକ୍ତଙ୍କ ତଦନ୍ତ ନିଦେ୍ର୍ଧଶକୁ ପ୍ରଦୀପ ପାଣିଗ୍ରାହୀ ଚାଲେଞ୍ଜ କରିଥିଲେ । ଏନେଇ ପ୍ରଦୀପଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
Comments are closed.