Odisha Link
Bridging the Missing Links in Odisha

ଗଞ୍ଜେଇ ସହ ୨ ଜଣ ଗିରଫ

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲଣ। କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ପୁଲିସ।୧୦୫ କେଜି ଗଞ୍ଜେଇ ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ କରାଯାଉଥିଲାବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ଗଞ୍ଜେଇ ସହ ୨ଅଭିଯୁକ୍ତଙ୍କୁ ଗୁରଫ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ।

ପ୍ରକାଶ ଯେ, କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ବିଶେଷ ସୁତ୍ରରୁ ଖବର ପାଇ ଆଜି ଗୁରୁବାର କଟକ ମଙ୍ଗୁଳି ଛକ ଠାରେ ଚଢାଉ କରିଥିଲା। ବୌଦ୍ଧରୁ ବାଲେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ୧୦୫ କେଜି ଗଞ୍ଜେଇ ଜବତ କରିବା ସମେତ ୨ ଅଭିଯୁକ୍ତ ଓ ଗୋଟିଏ କାରକୁ ଜବତ କରିଛି। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି।

Comments are closed.