ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଯବାନ ସହିଦ
![](https://www.odishalink.com/wp-content/uploads/2020/03/coronavirus-live-news-soldier-tests-positive-first-case-of-coronavirus-in-the-indian-army.jpg)
ଜମ୍ମୁ: ଜମ୍ମୁ ଓ କଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ। ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଯବାନ ସହିଦ ହୋଇଛନ୍ତି।
ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନୀ ସେକ୍ଟର୍ରେ ପାକିସ୍ତାନ ସୈନିକମାନେ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁଳି ବର୍ଷଣ କରିବା ସହ ମୋର୍ଟାର୍ ନିକ୍ଷେପ କରିଥିଲେ। ଏହି ଘଟଣାରେ ଭାରତୀୟ ସେନାରେ ସିପାହୀ ଥିବା ଲକ୍ଷ୍ମଣ ନାମକ ଜଣେ ଯବାନ ସାଙ୍ଘାତିକ ଆହତ ହୋଇଥିଲେ। ପରେ ଆହତ ଲକ୍ଷ୍ମଣଙ୍କର ଦେହାନ୍ତ ହୋଇଯାଇଛି।
ପ୍ରତିରକ୍ଷା ବିଭାଗ ଜାରି କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି, ସିପାହୀ ଲକ୍ଷ୍ମଣ ଥିଲେ ଜଣେ ସାହସୀ, ଉତ୍ସର୍ଗୀକୃତ ଏବଂ ନିଷ୍ଠାପର ସୈନିକ। ତାଙ୍କର ଆତ୍ମବଳି ଏବଂ ନିଷ୍ଠାପର କର୍ତ୍ତବ୍ୟପରାୟଣତା ଯୋଗୁଁ ଦେଶ ଚିରକାଳ ତାଙ୍କ ନିକଟରେ ଋଣୀ ରହିବ।
Comments are closed.