ମାଓବାଦୀ ଭୟରେ ଗାଁ ଛାଡ଼ିଲେ ଲୋକେ

ଚିତ୍ରକୋଣ୍ଡା: ମାଓବାଦୀ ଭୟରେ ନିଜର ଭିଟାମାଟି ଛାଡିଲେ ସ୍ୱାଭିମାନ ଅଞ୍ଚଳର ୮୫ ପରିବାର। ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅବସ୍ଥାନ କରୁଛନ୍ତି। ଲୋକମାନଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ ଚାପ ଓ ମାଓବାଦୀଙ୍କ ଭୟ ରହୁଛି ଏବଂ ଜୀବନ ବଞ୍ଚାଇବା ନିମନ୍ତେ ଆସିଛନ୍ତି।
ଯାହାଫଳରେ ଭୟରେ ଭିଟାମାଟି ଛାଡି ସେମାନେ ଚିତ୍ରକୋଣ୍ଡାରେ ସରକାରୀ ଜାଗାରେ ରହୁଛନ୍ତି। ଭିଟାମାଟି ଛାଡିଥିବା ୮୫ ପରିବାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡ଼ାମ୍ଭ, ପନସପୁଟ, ଅଣ୍ଡରାପାଲି ଓ ନାକାମାମୁଡ଼ି ଗ୍ରାମପଞ୍ଚାୟତର ଅଧିବାସୀ ଅଟନ୍ତି।
Comments are closed.