ରାଜ୍ୟରେ କରୋନା: ୮୭ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୩୬୯ରେ ପହଞ୍ଚିଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
Covid-19 Report For 3rd Feb, 2021
New Positives Cases: 87
In quarantine: 51
Local contacts: 36(Details of local contacts will be shared by concerned District Administration)
District Wise Cases:
1. Bargarh: 2
2. Balangir: 1
3. Boudh: 1
4. Cuttack: 6
5. Deogarh: 1— I & PR Department, Odisha (@IPR_Odisha) February 4, 2021
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୬ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୯ଜଣ, ପୁରୀ ଜିଲ୍ଲରାୁ ୮ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬ଜଣ, ଷ୍ଟେଟ୍ ପୁଲ୍ରୁ ୩ଜଣ ରହିଛନ୍ତି।
Comments are closed.