ରେଳ ବଜେଟରେ ରାଜ୍ୟକୁ ମିଳିଲା ୫ହଜାର ୫୨୮ କୋଟି ଟଙ୍କା

ଭୁବନେଶ୍ୱର : ଚଳିତ ବର୍ଷ ବଜେଟ୍ରେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ। ଓଡ଼ିଶା ପାଇଁ ରେଳ ବଜେଟ୍ରେ ୫,୫୨୮ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ତେବେ ପୂର୍ବତଟ ରେଳପଥ ପକ୍ଷରୁ ବଜେଟ୍ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର (୨୮୯ କିମି) ୫୦୦ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ରୋଡ୍ (୯୮.୭ କିମି) ପାଇଁ ୪୦୦ କୋଟି ଟଙ୍କା, ହରିଦାସପୁର-ପାରାଦୀପ (୮୨ କିମି) ପାଇଁ ୧୦୦ କୋଟି ଟଙ୍କା, ତାଳଚେର-ବିମଳାଗଡ଼ (୧୫୪ କିମି) ୧୦ କୋଟି ଟଙ୍କା, ଜୟପୁର-ମାଲକାନାଗିରି (୧୩୦ କିମି) ପାଇଁ ୨୮ କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮ କିମି) ୧୫ କୋଟି ଟଙ୍କା ଦେଇଛନ୍ତି।
ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି। ତେବେ ଆସନ୍ତାକାଲି ଏନେଇ ପୂର୍ବତଟ ରେଳପଥ ବିଧିବଦ୍ଧ ଭାବେ ସୂଚନା ଦିଆଯିବ ବୋଲି ସୂଚନା ରହିଛି ।
Comments are closed.