କାଲିଠାରୁ ରାଜ୍ୟର ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା
![](https://www.odishalink.com/wp-content/uploads/2021/01/vaccine-2.jpg)
ଭୁବନେଶ୍ବର: ପୋଲିଓ ପାଇଁ ବନ୍ଦ ଥିବା ଟିକାକରଣ ପୁଣି ଆସନ୍ତାକାଲିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ। ୩ସପ୍ତାହ ଧରି ଏହି ଟିକାକରଣ ଚାଲିବ। ଆଉ ଏହି ସମୟରେ ବାବୁ ନେବେ କରୋନା। ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଟିକା ନେବେ।
ଏହାଛଡ଼ା ଗୃହ, ନଗରଉନ୍ନୟନ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି। ଟିକା ନେବା ପରେ ଲୋକଙ୍କ ମଧ୍ୟରେ ଏ ନେଇ ସଚେତନ କରିବାପାଇଁ ନିଜର ଫଟୋ ସହ ଟ୍ୱିଟ କରିବାକୁ ବି ପରାମର୍ଶ ଦିଆଯାଇଛି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଚିଠିରେ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ଚୟନ କରାଯାଉ। କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି।
ସେହିଭଳି ସ୍ବାସ୍ଥ୍ୟକର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି। ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଟଙ୍କା ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ, କରୋନା ଟିକା ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ନେବା ପରେ ପ୍ରଦୀପ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି କରୋନା ଟିକା ସମୂର୍ଣ୍ଣ ନିରାପଦ। ନିଜର ପାଳି ଆସିଲେ ଆଗେଇ ଆସି କରୋନା ଟିକାର ଦୁଇଟି ଯାକ ଡୋଜ୍ ନିଅନ୍ତୁ, କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ସେ ନିବେଦନ କରିଛନ୍ତି।
Comments are closed.